ପ୍ରାଚୀନ ନଦୀ ଉପତ୍ୟକା ସଭ୍ୟତାର ଅବଦାନ ମିଶରୀୟ ସଭ୍ୟତା
୨ ମାର୍କ ସମ୍ବଳିତ ପ୍ରଶ୍ନ ଉତ୍ତର
୧) ମିଶରୀୟ ସଭ୍ୟତା କେଉଁ ମହାଦେଶ ଏବଂ କେଉଁ ନଦୀକୂଳରେ ଅବସ୍ଥିତ ଥିଲା ?
ଉତ୍ତର - ମିଶର ସଭ୍ୟତା ହେଉଛି ସର୍ବପ୍ରଥମ ନଦୀ ଉପତ୍ୟକା ସଭ୍ୟତା ।
ମିଶରୀୟ ସଭ୍ୟତା ଆଫ୍ରିକା ମହାଦେଶର ନୀଳନଦୀ କୂଳରେ ଅବସ୍ଥିତ ଥିଲା ।
୨) ସ୍ମିଙ୍କସ୍ କ'ଣ ? ଏହା କେଉଁଠାରେ ଦେଖାଯାଏ ?
ଉତ୍ତର - ମିଶରର ଶିଳ୍ପୀମାନେ ପ୍ରସ୍ତର ଗାତ୍ରରେ ଜୀବନ୍ତ ମୂର୍ତ୍ତି ଅଙ୍କନ କରିପାରିଥିଲେ ସେଥି ମଧ୍ୟରୁ ପୃଥିବୀର ବୃହତ୍ତମ ମୂର୍ତ୍ତି ରୂପେ ପ୍ରସିଦ୍ଧ ଲାଭ କରିଥିବା ସିଂହ ଶରୀର ଏବଂ ମନୁଷ୍ୟର ମୁଖ ଭଳି ଥିବା ପ୍ରସ୍ତର ମୂର୍ତ୍ତିକୁ ସ୍ପିଙ୍କସ୍ କୁହାଯାଏ ।
ଏହା ମିଶର ଦେଶର ଗୀଜେଠାରେ ଦେଖାଯାଏ ।
୩) ରୋଶେଟା ପଥର କେଉଁଠାରୁ ମିଳିଥିଲା ଏବଂ ଏହାର ପାଠୋଦ୍ଧାର କିଏ କରିଥିଲେ ?
ଉତ୍ତର - ରୋଶେଟା ପଥର ନୀଳନଦୀ କୂଳରୁ ମିଳିଥିଲା ।
ଫରାସୀ ଲିପିବିତ୍ କାମ୍ପୋଲିୟନ୍ ଏହାର ପାଠୋଦ୍ଧାର କରିଥିଲେ ।
୪) ଆଖନାଟନ୍ କିଏ ଏବଂ ସେ କେଉଁ ପୁସ୍ତକ ରଚନା କରିଥିଲେ ?
ଉତ୍ତର - ଆଖନାଟନ୍ ମିଶରର ସମ୍ରାଟ ଥିଲେ ।
ସେ " ସୂର୍ଯ୍ୟ ସ୍ତୁତି " ପୁସ୍ତକ ରଚନା କରିଥିଲେ ।
୫) ମିଶରୀୟ ସାହିତ୍ୟରୁ ଦୁଇଟି ପୁସ୍ତକର ନାମ ଲେଖ ।
ଉତ୍ତର - ପ୍ରାଚୀନ ମିଶରୀୟ ମାନେ ସାହିତ୍ୟ କ୍ଷେତ୍ରରେ ଯଥେଷ୍ଟ ଦକ୍ଷତା ପ୍ରଦର୍ଶନ କରିଥିଲେ ।
ମିଶରୀୟ ସାହିତ୍ୟର ଦୁଇଟି ପୁସ୍ତକର ନାମ ହେଲା ବାଗ୍ମୀ କୃଷକର କାହାଣୀ ଓ ଦୁଇ ଭ୍ରାତାଙ୍କ କାହାଣୀ ।
୬) ମିଶରର କୁମ୍ଭୀର ଦେବତା ଓ ଶୃଗାଳ ଦେବତାଙ୍କ ନାମ କ'ଣ ଥିଲା ?
ଉତ୍ତର - ମିଶରୀୟ ମାନଙ୍କ କୁମ୍ଭୀର ଦେବତାଙ୍କ ନାମ ସିବେକ୍ ଓ ଶୃଗାଳ ଦେବାତାଙ୍କ ନାମ ଅନୁବିସ୍ ଥିଲା ।
୭) ମିଶରୀୟ ମାନଙ୍କର ସୃଷ୍ଟିକର୍ତ୍ତା ଓ ମାର୍ଜ୍ଜାର ଦେବତାଙ୍କ ନାମ କ'ଣ ଥିଲା ?
ଉତ୍ତର- ମିଶରୀୟ ମାନଙ୍କ ସୃଷ୍ଟିକର୍ତ୍ତା ଦେବତାଙ୍କ ନାମ ରା ଓ ମାର୍ଜ୍ଜାର ଦେବତାଙ୍କ ନାମ ପାଶଟ୍ ଥିଲା ।
୮) ମିଶରର ଏକତ୍ରୀକରଣ କିଏ କରିଥିଲେ ? ମିଶରର ପ୍ରତ୍ୟେକ ପ୍ରଦେଶକୁ କ'ଣ କୁହାଯାଉଥିଲା ?
ଉତ୍ତର - ମିଶରର ରାଜା ମେନିସ୍ ମିଶରର ଏକତ୍ରୀକରଣ କରିଥିଲେ ।
ମିଶରର ପ୍ରତ୍ୟେକ ପ୍ରଦେଶକୁ " ଫେଲହିନ୍ " କୁହାଯାଉଥିଲା ।
୯) ମମ୍ମି ବିଷୟରେ ଧାରଣା ଦିଅ ।
ଉତ୍ତର - ମିଶରୀୟ ମାନେ ଆତ୍ମାର ପୁର୍ନଜନ୍ମ ବିଷୟରେ ବିଶ୍ଵାସ କରୁଥିଲେ।
ତେଣୁ ମିଶରୀୟ ଫାରୋଙ୍କ ମୃତଦେହକୁ ରାସାୟନିକ ପ୍ରଲେପ ଦେଇ ତାହାକୁ ବର୍ଷ ବର୍ଷ ଧରି ସଂରକ୍ଷିତ କରି ରଖୁଥିଲେ । ଫାରୋଙ୍କ ସଂରକ୍ଷିତ ଶରୀରକୁ ମମି କୁହାଯାଏ ।
୧୦) କିଏ ଓ କାହିଁକ ମିଶରକୁ ନୀଳନଦୀର ଦାନ ବୋଲି କହିଥିଲେ ?
ଉତ୍ତର - ନୀଳନଦୀର ବନ୍ୟା ଫଳରେ ସୃଷ୍ଟି ହେଉଥିବା ପଟୁମାଟିରେ ବିଭିନ୍ନ ଶସ୍ୟ ଅମଳ ହେବା ସହ ମିଶର ସଭ୍ୟତା ଏହି ନଦୀ କୂଳରେ ଗଢି ଉଠିଥିଲା ।
ତେଣୁ ଇତିହାସର ଜନକ ହେରୋଡୋଟସ୍ ମିଶରକୁ ନୀଳନଦୀର ଦାନ ବୋଲି କହିଥିଲେ ।
୧୧) ମିଶରୀୟ ମାନଙ୍କ ଲିଖର ଲିପି ପ୍ରଣାଳୀ କ'ଣ ଥିଲା ?
ଉତ୍ତର - ମିଶରୀୟ ମାନେ ବର୍ଣ୍ଣମାଳା ସହିତ ପରିଚିତ ନଥିଲେ ମଧ୍ୟ ବିଭିନ୍ନ ବସ୍ତୁର ଚିତ୍ର ମାଧ୍ୟମରେ ସେମାନେ ନିଜର ଭାବନା ପ୍ରକାଶ କରିବା ପାଇଁ ସମର୍ଥ ଥିଲେ । ତେଣୁ ସେମାନଙ୍କରଲିପିକୁ " ଛବି ଲିପି " କୁହାଯାଏ ।
ଏହି ଚିତ୍ର ଲିପି ତତ୍କାଳୀନ ପୁରୋହିତ ମାନଙ୍କ ଦ୍ଵାରା ଅଙ୍କିତ ହୋଇଥିବାରୁ ଏହାକୁ " ପବିତ୍ର ଲିପି " ମଧ୍ୟ କୁହାଯାଏ ।
୧୨) ମିଶରୀୟମାନେ କେଉଁ ଉଦ୍ଭିଦକୁ ଲେଖିବା ପାଇଁ ବ୍ୟବହାର କରୁଥିଲେ ? ଆଧୁନିକ ପେପର ଶବ୍ଦଟି କେଉଁ ଶବ୍ଦରୁ ଆସିଅଛି ?
ଉତ୍ତର - ମିଶରୀୟ ମାନେ ନୀଳନଦୀ କୂଳରେ ଥିବା " ପାପିରସ୍ " ନାମକ ଉଦ୍ଭିଦର ପତ୍ରକୁ ଲେଖିବା ପାଇଁ ବ୍ୟବହାର କରୁଥିଲେ ।
ଆଧୁନିକ ପେପର ଶବ୍ଦଟି ଏହି ପାପିରସ୍ ଶବ୍ଦରୁ ଆସିଅଛି ।
୧୩) ମିଶରରେ କିଏ ଏବଂ କାହିଁକି ଏକେଶ୍ବରବାଦ ପ୍ରଚଳନ କରିଥିଲେ ?
ଉତ୍ତର - ମିଶରର ଫାରୋ ଚତୁର୍ଥ ଆମେନ୍ହୋତେପ ବା ଆଖନାଟନ ଏକଶ୍ଵରବାଦ ପ୍ରଚଳନ କରିଥିଲେ ।
ସେ ବହୁ ଇଶ୍ଵର ବିଶ୍ୱାସ, କୁସଂସ୍କାର ଏବଂ ପୁରୋହିତ ଗୋଷ୍ଠୀଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ବିଜ୍ଞାନ ସମ୍ମତ ଏକେଶ୍ଵରବାଦ ପ୍ରଚଳନ କରିଥିଲେ ।
୧୪) ମିଶରୀୟ ମାନେ ସମୟ ଗଣନା ପଦ୍ଧତି କିପରି କରିଥିଲେ ? ବା ମିଶରୀୟ କ୍ୟାଲେଣ୍ଡର ବିଷୟରେ ଲେଖ ।
ଉତ୍ତର - ମିଶରାୟମାନେ ବର୍ଷ ପଞ୍ଜିକା ବ୍ୟବହାର କରୁଥିଲେ ।
ସେମାନେ ବର୍ଷକୁ ୧୨ ମାସ ବା ୩୬୦ ଦିନରେ ବିଭକ୍ତ କରି ପ୍ରତ୍ୟେକ ମାସକୁ ୩୦ ଦିନ ଓ ପ୍ରତ୍ୟେକ ଦିନକୁ ୨୪ ଘଣ୍ଟାରେ ବିଭକ୍ତ କରିଥିଲେ ।
୧୫) ସ୍ପିଙ୍କସ୍ କ'ଣ ?
ଉତ୍ତର - ପୃଥିବୀର ବୃହତ୍ତମ ପ୍ରସ୍ତର ମୂର୍ତ୍ତି ଭାବେ ସ୍ପିଙ୍କସ୍ ପ୍ରସିଦ୍ଧ ଅଟେ ।
ଏହାର ମସ୍ତକ ମଣିଷର ମସ୍ତକ ସଦୃଶ ଏବଂ ଶରୀର ସିଂହ ପରି ତେଣୁ ଏହାକୁ ସ୍ପିଙ୍କସ୍ କୁହାଯାଏ । ଏହା ମିଶରର ଗୀଜେଠାରେ ଅବସ୍ଥିତ ।
୧୬) ପୃଥିବୀର ସର୍ବବୃହତ୍ତ ପିରାମିଡ୍ କିଏ ନିର୍ମାଣ କରିଥିଲେ ? ଏହା କେଉଁଠାରେ ଅବସ୍ଥିତ ?
ଉତ୍ତର - ପୃଥିବୀର ସର୍ବବୃହତ୍ତ ପିରାମିଡ୍ ଫାରୋ ଖୁଫୁ ନିର୍ମାଣ କରିଥିଲେ ।
ଏହା ମିଶରର ଗୀଜେ ଠାରେ ଅବସ୍ଥିତ ଓ ଏହାର ଉଚ୍ଚତା ୪୮୧ ଫୁଟ ଅଟେ ।
୧୭) ହୋ କହିଲେ କ'ଣ ବୁଝ ?
ଉତ୍ତର - ମିଶରୀୟ ମାନେ କୃଷିରେ ଲଙ୍ଗଳ ବ୍ୟବହାର କରୁଥିଲେ ଯାହାର ନାମ ଥିଲା ହୋ ।
ଏହି ଲଙ୍ଗଳ ଦ୍ୱାରା ସେମାନେ ଜମିକୁ କର୍ଷଣ କରୁଥିଲେ ।
୧୮) ପିରାମିଡ୍ କହିଲେ କ'ଣ ବୁଝ ? ପୃଥିବୀର ସର୍ବବୃହତ୍ତ ପିରାମିଡ୍ ନାମ କେଉଁଠାରେ ଅବସ୍ଥିତ ?
ଉତ୍ତର - ମିଶରର ଫାରୋମାନଙ୍କର କବରକୁ ପିରାମିଡ୍ କୁହାଯାଏ ।
ପୃଥିବୀର ସର୍ବବୃହତ୍ ପିରାମିଡ୍ ମିଶରର ଗୀଜେଠାରେ ଅବସ୍ଥିତ ।
୧୯) ମିଶରରେ ଥିବା ଦୁଇଟି ପ୍ରସିଦ୍ଧ ମନ୍ଦିର ବିଷୟରେ ଆଲୋଚନା କର ।
ଉତ୍ତର - ଦେବତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମିଶରର ଫାରୋମାନେ ବିଶାଳ ମନ୍ଦିର ନିର୍ମାଣ କରିଥିଲେ ।
ଥିବସ୍ ସହରରେ ଥିବା କର୍ଣ୍ଣକ ମନ୍ଦିର ଓ ଆବୁ ସିମ୍ବେଲ ଠାରେ ଥିବା ଲକ୍ସର ମନ୍ଦିର ପ୍ରସିଦ୍ଧ ଅଟେ ।
୨୦) ମିଶରର ପ୍ରସିଦ୍ଧ ଦାର୍ଶନିକ କିଏ ଥିଲେ ? ତାଙ୍କଦ୍ଵାରା ରଚିତ ପୁସ୍ତକର ନାମ କ'ଣ ଥିଲା ?
ଉତ୍ତର - ତାହୋତେପ୍ ମିଶରର ପ୍ରସିଦ୍ଧ କାର୍ଶନିକ ଥିଲେ ।
ତାଙ୍କ ଦ୍ଵାରା ରଚିତ ପୁସ୍ତକର ନାମ ହେଲା " ତାହୋତେପ୍ ଙ୍କ ପରାମର୍ଶ " ।
୨୧) ମିଶରୀୟ ମାନଙ୍କ ଚିକିତ୍ସା ବିଜ୍ଞାନ ବିଷୟରେ ଲେଖ ।
ଉତ୍ତର - ମିଶରୀୟ ମାନେ ବିଭିନ୍ନ ରୋଗର କାରଣ ଏବଂ ସେଗୁଡିକର ନିଦାନ ସମ୍ପର୍କରେ ଜାଣିଥିଲେ । ସେମାନେ ଅସ୍ତ୍ରୋପଚାର ମଧ୍ୟ୍ୟ ଜାଣିଥିଲେ ।
ସେମାନେ ଅସଂଖ୍ୟ ମୃତ ଶବବାମମିକୁ ରାସାୟନିକ ପ୍ରଣାଳୀ ବା ବୈଜ୍ଞାନିକ ପଦ୍ଧତିରେ ସୁରକ୍ଷିତ କରି ରଖିପାରୁଥିଲେ ।
୨୩) ମିଶରୀୟ ମାନଙ୍କର ଗଣିତ ଓ ଜ୍ୟାମିତି ବିଷୟରେ ପାରଙ୍ଗମତା ଲେଖ ।
ଉତ୍ତର - ମିଶରୀୟମାନେ ଯୋଗ, ବିୟୋଗ, ଗୁଣନ ଓ ହରଣ ପ୍ରଭୃତିରେ ପ୍ରବୀଣ ଥିଲେ ।
ସେମାନେ ଜମିର ମାପ ପାଇଁ ତ୍ରିକୋଣ, ଚତୁର୍ଭୁଜ, ବର୍ଗକ୍ଷେତ୍ର ଆଦି ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିଥିଲେ । ବିଶାଳ ପିରାମିଡ ନିର୍ମାଣ ପାଇଁ ଯେଉଁ ନିର୍ଭୁଲ ମାପରେ ଆବଶ୍ୟକତା ଥିଲା ତାହା ସେମାନଙ୍କର ଗଣିତ ଓ ଜ଼୍ଯାମିତିକ ଜ୍ଞାନର ପରିଚୟ ପ୍ରଦାନ କରିଥାଏ।
Comments
Post a Comment